ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସହର ଉପକଣ୍ଠରେ ଥିବା ଯଜ୍ଞସେନି ହସ୍ପିଟାଲରେ ଏକା ସାଙ୍ଗରେ ତିନୋଟି ସନ୍ତାନ କୁ ଜନ୍ମ ଦେଲେ ଜଣେ ମହିଳା
ଏକା ସାଙ୍ଗରେ ତିନୋଟି ସନ୍ତାନ କୁ ଜନ୍ମ ଦେଲେ ବିୟୁଟି ସରାଫ। ଏହି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ସହର ଉପକଣ୍ଠରେ ଥିବା ଯଜ୍ଞସେନି ହସ୍ପିଟାଲରେ। ତେବେ ଡାକ୍ତର ବୁଲୁ ନାୟକ ଓ ଡାକ୍ତର ସନ୍ତୋଷ ପାଣିଗ୍ରାହୀ ମିଳିତ ତତ୍ୱାବଧାନରେ ଆଜି ସକାଳ ପାଞ୍ଚଟା ବୟାଲିସ ସମୟରେ ଅପରେସନ ମାଧ୍ୟମରେ ତିନୋଟି ସନ୍ତାନ ଙ୍କୁ ମହିଳା ଜଣକ ଜନ୍ମ ଦେଇଛନ୍ତି। ଶିଶୁ ବିଶେଷଜ୍ଞ ଡାକ୍ତର ସାଇ କିରଣ ଦଳାଇ, ଡାକ୍ତର ଏସ ଯେ ପଟେଲ ଓ ଡାକ୍ତର ରୀନା ନାୟକ ସହଯୋଗ କରିଥିଲେ। ତେବେ ତିନି ଶିଶୁ ଏବଂ ମାଆ ସୁରକ୍ଷିତ ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।