ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଡଙ୍ଗରିଗୁଡା ନିକଟରେ ମେଗା ପାଇପ ଗାଡି ଉପରୁ ପାଇପ ପଡି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ମୈଦଲପୁର କଣ୍ଟାସାରୁ ଗ୍ରାମର ଉର୍ଦ୍ଧବ ହରିଜନ ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ମୈଦଲପୁର ମେଡିକାଲ ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ରହିଛି । ଅପରାହ୍ନରେ ଉର୍ଦ୍ଧବ ନିଜ ଜମିରେ ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଟ୍ରକରେ ଥିବା ମେଗା ପାଇପ ବୃଦ୍ଧଙ୍କ ଉପରେ ପଡିଯାଇଥିଲା । ଫଳରେ ବୃଦ୍ଧ ଜଣକ ଗୁରୁତର ହୋଇଥିଲେ । ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମୈଦଲପୁର ମେଡିକାଲ ନେଇଥିଲେ ।