ରାଇଘର: ଗଞ୍ଜେଇ ଚାଷୀ ବଂସୁ ରାମ ଗଣ୍ଡ ଗିରଫ
ସ୍ଥାନ -ଉମରକୋଟ ତା -୧୯. ୧୦. ୨୦୨୫ରିଖ ରବିବାର ବାର ଦିବା ୯ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କସକଙ୍ଗା ପଂଚାୟତର ଗଇଁତାଡିହି ଗ୍ରାମରେ ପୋଲିସ ର ଚଢ଼ାଉ। ଗଇଁତାଡିହି ଗ୍ରାମର ବଂଶୁରାମ ଗଣ୍ଡ ଗଂଜେଇ ଚାଷ କରୁଥିବା ର ଖବର ପାଇ ଉମରକୋଟ sdpo ଶୁଭେନ୍ଦୁ ଶବର ଙ୍କ ନେତୃତ୍ୱ ରେ କୁନ୍ଦେଇ ଥାନା IIC ଦୁର୍ଗା ପ୍ରସାଦ ବ୍ରହ୍ମା ଏକ ଟିମ ଗଠନ କରି ଗଇଁତାଡିହି ଗ୍ରାମ ର ବଂଶୁରାମ ଗଣ୍ଡ ଙ୍କ ଚାଷ ଜମିରେ ଚଢ଼ାଉ କରିଥିଲେ। ଚଢ଼ାଉ ରେ ୯୫ଟି ଗଂଜେଇ ଗଛ ଜବତ କରିବା ସହିତ ବଂଶୁରାମ ଙ୍କୁ ଅଟକ ରଖିଛନ୍ତି। PS Case No ୧୪୧ ରେ ମାମଲା ରୁଜୁ ହୋଇଛି।