ଲଷ୍ମୀ ଟକିଜ ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ପୋଲିସ କର୍ମଚାରୀ ଆହତ ମିଳିଥିବା ସୂଚନା ଅନୁଯାଇ ଆଜି ଦିନ 2ଟାରେ ଜଣେ ପୋଲିସ କର୍ମଚାରୀ ନିଜ ଡିଉଟି ସାରି ଘରକୁ ଫେରୁଥିବା ବେଳେ 3ଜଣ ଯୁବତି ଏକ ସ୍କୁଟି ରେ ଆସି ଉକ୍ତ ପୋଲିସ କର୍ମଚାରୀ ଙ୍କ ବାଇକ କୁ ପଛପଟୁ ଧକା ଦେଇଥିଲେ l ଫଳ ରେ ରାସ୍ତା ଉପରେ ସବୁ ପଡିଯାଇଥିଲେl ସେପଟେ ଯୁବତୀ ମାନେ ଦୁର୍ଘଟଣା ପରେ କେଉଁ ଆଡେ ଗଲେ ତାହା ସ୍ପଷ୍ଟ ଜଣାପଡିନାହିଁ l ଆହତ ଅବସ୍ଥା ଉକ୍ତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା କରାଯାଇଥିବା ଜଣାପଡିଛି l