ସୋର: ବାଗୁଡ଼ି ମହୋତ୍ସବରେ ବ୍ଲେଡରେ ଆକ୍ରମଣ କରି ମହିଳାଙ୍କ ଚେନ ଝାମ୍ପିନେଲେ ବନଯାରା, ଦୁଇ ନାବାଳକ ସହ ଦୁଇ ମହିଳା ଥାନାରେ ଅଟକ
Soro, Balasore | Oct 23, 2025 ସୋର ବ୍ଲକ ମହୁମୁହାଣ ମଞ୍ଚାୟତ ବାଗୁୂଡ଼ି ମହୋତ୍ସବ ଚାଲିଥିବା ସମୟରେ ପ୍ରାୟ ରାତି ୮.୩୦ ମିନିଟ୍ ବେଳେ ଭିଡ଼ ଭିତରେ ଜଣେ ମହିଳାଙ୍କ ହାତକୁ ବ୍ଲେଡ଼ରେ କାଟିଦେଇ ତାଙ୍କର ସୁନା ଚେନ୍ ଲୁଟି ନେବା ପରେ ମହିଳାଜଣକ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାର କିଛି ସମୟ ପରେ କେଶରୀପୁରର ମଧୁସ୍ମିତା ବେହେରା(୩୨)ନାମକ ଜଣେ ମହିଳାଙ୍କ ଭେନିଟ୍ ଛାଟି ନେଇ ପଳାଉଥିବା ବେଳେ ଦୁଇଜଣ ମହିଳାଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଥିଲେ। ସେମାନଙ୍କ ସହିତ ୨ଜଣ ନାବାଳକ ମଧ୍ୟ ରହିଥିଲେ। ପୁଲିସ୍ ମହିଳା ୨ ଜଣ ସମେତ ୨ ନାବାଳକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରିରଖିଛି।