ଆଜି ସକାଳୁ ସକାଳୁ ଏକ ଧଳା ରଙ୍ଗର ହେଳିକାପ୍ଟର ଢ଼େଙ୍କାନାଳ ପଲିଶ୍ରି ମେଳା ପଡ଼ିଆ ରେ ଅବତରଣ କରିଛି। ତେବେ ଏହି ଚପର ଟି କେଉଁଠୁ ଆସିଚି, କାହିଁକି ଆସିଚି, କିଏ ଆସିଛନ୍ତି, ଏ ସଂକ୍ରାନ୍ତରେ ହେଲିକେପ୍ଟର ରେ ଥିବା ପାଇଲଟ ମୁହଁ ଖୋଲୁ ନାହାନ୍ତି l କିଛି ପଚାରିଲେ ମୁହଁ ବୁଲେଇଦୌଚନ୍ତି l ନା ପୋଲିସ ପାଖରେ ଖବର ଅଛି ନା ଜିଲ୍ଲା ପ୍ରଶାସନ ଅବଗତ ଅଛି l ତେବେ ଯାହା ଅନୁମାନ କରାଯାଉଛି ଯେହେତୁ ଆଗକୁ ନିର୍ବାଚନ ଅଛି ତେଣୁ ହେଲିକ୍ୟାପ୍ଟରକୁ ନେଇ ଅନେକ ଆଲୋଚନା ଶୁଣିବାକୁ ମିଳୁଛି