ବାରିପଦା ମ୍ୟୁନିସିପାଲଟି: ବାରିପଦା ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ବାରିପଦା ସହରର ବିଭିନ୍ନ ଫ୍ୟାକ୍ଟ୍ରି, ଇଲେକ୍ଟ୍ରି ଅଫିସ, ଇଲେକ୍ଟ୍ରି ଦୋକାନ, ବସଷ୍ଟାଣ୍ଡ ସମେତ ବିଭିନ୍ନ ମଣ୍ଡପରେ ଦିନ ତମାମ ଅପରାହ୍ନ ୫ଟା ଯାଏଁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ସକାଳୁ ଦିନ ତମାମ ସହରର ବିଭିନ୍ନ ମନ୍ଦିର ପରିସରରେ ଗାଡି ମଟର, ସାଇକେଲ ଆଦି ପୂଜା କରାଯାଉଥିବାର ଦେଖିବାକୁ ମିଳିଛି। ତେବେ ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବାର ସୂଚନା ମିଳିଛି।