ଯାଜପୁର ଜିଲ୍ଲାରେ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା - ବାରଣାସୀ ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଶ୍ରୀ ଯୁଧିଷ୍ଠିର ନାଏକ ଶୁଭାରମ୍ଭ କରିଥିବା ଗୁରୁବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତାପସ କୁମାର ସାହୁ, ଟିଆରଓ ସୂର୍ଯ୍ୟାଙ୍କିତା ସାହୁ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାରେ ସମୁଦାୟ ୧୪୧ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଅଯୋଧ୍ୟା - ବାରଣାସୀ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ନିମନ୍ତେ ୫ ଜଣ ଏସ୍କର୍ଟ ଅଫିସର ଲଙ୍କୁ ନିୟୋଜିତ କରାଯାଇଛି ।