କେନ୍ଦୁଝର ସହର: କେନ୍ଦୁଝର ସ୍ଥିତ ଜିଲ୍ଲାପରିଷଦ ଅଫିସରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ପ୍ରଥମ ଜିଲ୍ଲା ଯୋଜନା ବୈଠକ ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲାର ଜିଲ୍ଲାପରିଷଦ ଅଫିସରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାର ଏକ ବୈଠକ ଆଜି ଦିବା ସାଢ଼େ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ଚାଲିଥିଲା । କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗରୁ ଅଧିକାରୀମାନେ ସାମିଲ ହେଇଥିଲେ । ଏହାସହିତ ବିଜେପି ଦଳର ଜିଲ୍ଳା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇ ନିଜ ନିଜର ମତାମତ ରଖିଥିଲେ ।