ଶୂନ୍ୟ ମୃତ୍ୟୁ ପକ୍ଷ ଅଭିୟାନକୁ ନେଇ ବଲାଙ୍ଗୀରର PR High School ଠାରୁ ADTS ପର୍ଯ୍ୟନ୍ତ ବିଶେଷ ସଚେତନତା ରାଲି ଆୟୋଜିତ ହୋଇଥିଲା। ବଲାଙ୍ଗୀର ଆରଟିଓ ଙ୍କ ନେତୃତ୍ୱରେ ହୋଇଥିବା ଏହି ରାଲିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଟ୍ରାଫିକ କର୍ମଚାରୀମାନେ ଅଂଶଗ୍ରହଣ କରି ସଡ଼କ ସୁରକ୍ଷା ନେଇ ସମାଜକୁ ଜାଗରୁକ କରିଲେ। ହେଲମେଟ ପିନ୍ଧିବା, ସିଟବେଲ୍ଟ ବ୍ୟବହାର, ତେଜ ଗତି ଏବଂ ଅସାବଧାନ ଡ୍ରାଇଭିଂ ବଞ୍ଚିବା ଭଳି ମୁଖ୍ୟ ବାର୍ତ୍ତା ସହ ଲୋକମାନଙ୍କୁ ସଡ଼କରେ ସତର୍କ ହେବାକୁ ଆହ୍ୱାନ ଦିଆଗଲା। ଏହି ପକ୍ଷରେ ମୃତ୍ୟୁ ନ ହେବାକୁ ସରକାରୀ ଉଦ୍ୟମକୁ ସାର୍ଥକ କରିବା ପାଇଁ ସମସ୍ତଙ୍କୁ ସୁରକ୍ଷିତ ଯାତାୟାତ