ଆସନ୍ତା ଡିସେମ୍ବରରେ ଛେଣ୍ଡିପଦା କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ପ୍ଲାଣ୍ଟିନମ ଜୁବୁଲି । ଏଥି ପାଇଁ ଆଜି ସକାଳ 10 ଟାରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଭୁବନେଶ୍ୱର ସ୍ଥିତ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ବାସଭବନରେ ଆୟୋଜିତ ବୈଠକରେ ପାଳଲହଡା ବିଧାୟକଙ୍କ ସମେତ ଛେଣ୍ଡିପଦା ଓ ଲୋକ ପ୍ରତିନିଧି ସାମିଲ ହୋଇଥିଲେ। ଏହା ସହ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ପ୍ଲାଣ୍ଟିନମ ଜୁବୁଲି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।