ଝାରସୁଗୁଡା ଜିଲ୍ଲା ରାଜପୁର ରାଣୀବନ୍ଧ ସ୍ଥିତ ଶନି ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ଆଜି ସକାଳ ଏଗାରଟା ସମୟରେ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଜପୁରୋହିତ ପ୍ରଦୀପ ପାଟ୍ଟଯୋଶୀ, ପଣ୍ଡିତ ବାସୁଦେବ ଦାଶ, ପଣ୍ଡିତ ମୋତିଲାଲ ମିଶ୍ର, ଆକାଶ ଦାଶ, ଶୈଳେଶ ଦାଶ ରୀତିନୀତି ଅନୁସାରେ ସକାଳୁ ପ୍ରଥମେ ଶନିଶ୍ଚର ଦେବଙ୍କ ବିଗ୍ରହକୁ ଫଚାମୃତ ଓ ପରେ ତୈଲ ଅଭିଷେକ କରିଥିଲେ। ପରେ ଦେବତା ଆବାହନ, ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ ସହିତ ମଧ୍ୟାହ୍ନରେ ହବନ ପୂର୍ଣ୍ଣାହୁତି ଦିଆଯାଇଥିଲା। ଶନି ମନ୍ଦିରର ମୁଖ୍ୟ ପୁଜକ ପଣ୍ଡିତ ବାସୁଦେବ ଦାଶଙ୍କ ତତ୍ଵବଧାନରେ ଅନୁଷ୍ଠିତ