କୋଟପାଡ: ଖଟାଲାପଦର ବ୍ରିଜ ଉପରେ ଲୁଟ ସମୟର ଲାଇଭ୍ ଭିଡ଼ିଓ ଏବେ ଭାଇରଲ ହେଉଛି l
ଖଟାଲାପଦର ବ୍ରିଜ ଉପରେ ଗତ କିଛି ଦିନ ପୂର୍ବେ ସାତ ଲକ୍ଷ ଟଙ୍କା ଲୁଟୋନେଇଥିଲେ ଦୁବୃତ୍ତ l ହେଲେ ଲୁଟ ସମୟର ଲାଇଭ୍ ଭିଡ଼ିଓ ଏବେ ଭାଇରଲ ହେଉଛି l ଆଜି ମଧ୍ୟହ୍ନ ରେ ଏଭଳି କିଛି ଭିଡିଓ ଘୁରି ବୁଲୁଥିବା ଦେଖିବାକୁ ମିଳିଛି l ସୂଚନା ଥାଉକି, ଗତ ତିନିଦିନ ପୂର୍ବେ ଦିନ ଦିପହରେ କୁନ୍ଦୁରା ଥାନା ଅନ୍ତର୍ତ ଖଟଲାପଦର ବ୍ରିଜ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ସାତ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ l କୋଟପାଡ଼ ଅଞ୍ଚଳର ବ୍ୟବସାୟୀ ଆବୁ ଶଲିମଙ୍କ ଠାରୁ ଟଙ୍କା ଲୁଟହୋଇଛି l ସେହି ସମୟର ଭିଡିଓ ଏବେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି l