ବାମରା ସ୍ଥିତ ଗୋବିନ୍ଦପୁର ଥାନା ଓ ଗଡ଼ପୋଷ ପୋଲିସ ଫାଣ୍ଡି ରେ କାର୍ଯ୍ୟରତ ତିନି ଜନ ଗ୍ରାମରକ୍ଷୀ ଅବସର ଗ୍ରହଣ କରିଥିବା ବେଳେ ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୂଚନା ଅନୁସାରେ ଗୋବିନ୍ଦପୁର ଥାନା ରେ କାର୍ଯ୍ୟରତ ଗ୍ରାମରକ୍ଷୀ ବନମାଲି କିସାନ, ସୁନ୍ଦରମଣି ନାଏକ ଓ ଗଡପୋସ ଫାଣ୍ଡିରେ କାର୍ଯ୍ୟରତ ଚନ୍ଦ୍ରଭାନୁ ନାଏକ ନିଜ ଚାକରି ରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଉଦ୍ଦେଶ୍ୟ ରେ ଗୁରୁବାର ସନ୍ଧ୍ୟା ସାତଟା ସମୟରେ ଗୋବିନ୍ଦପୁର ଥାନା ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।