ସିମୁଳିଆ: ଖଇରା ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ମିଶନ ଶକ୍ତି କମ୍ୟୁନିଟ ସପୋର୍ଟ ଷ୍ଟାଫ ମାନଙ୍କର ଗଣଧାରଣା,
ମିଶନ ଶକ୍ତି ମହିଳା ମାନଙ୍କର ଗଣ ଧାରଣା l ମିଶନ ଶକ୍ତି କମ୍ୟୁନିଟ ସପୋର୍ଟ ଷ୍ଟାପ କର୍ମଚାରୀ ମାନଙ୍କର ବ୍ଲକ ସମ୍ମୁଖରେ ଗଣ ଧାରଣା l ଖଇରା ବ୍ଲକ ର 37ଗୋଟି ପଂଚାୟତ ର ସମସ୍ତ ଏମବିକେ, ସିଆରପି, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଓ କୃଷି ମିତ୍ର ମାନେ ଆଜି ଖଇରା ଦୁର୍ଗାମଣ୍ଡପ ରୁ ଏକ ଶୋଭାଯାତ୍ରା ରେ ବାହାରି ଖଇରା ବ୍ଲକ ପର୍ଯ୍ୟନ୍ତ ଆସିଥିଲେ l ପରେ ବ୍ଲକ ସମ୍ମୁଖରେ ସ୍ଥାୟୀ ନିଯୁକ୍ତି, 6 ମାସ ଦରମା ପ୍ରଦାନ, ସମେତ ବିଭିନ୍ନ ଦାବି ନେଇ ଆଜି ସୋମବାର ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଦେଇଛନ୍ତି l