ବୀରମହାରାଜପୁର: ଦକ୍ଷିଣୀପାଲି ଗ୍ରାମର ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ବଳଦକୁ ଉଦ୍ଧାର କଲା ଉଲୁଣ୍ଡା ଅଗ୍ନିଶମ ବାହିନୀ
ଉଲୁଣ୍ଡା ଥାନା ଅନ୍ତର୍ଗତ ଦକ୍ଷିଣୀପାଲି ଗ୍ରାମରେ ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ବଳଦକୁ ଆଜି ଦିନ ପ୍ରାୟ 1ଟା 30 ମିନିଟ ସମୟରେ ଉଦ୍ଧାର କରିଛି ଉଲୁଣ୍ଡା ଅଗ୍ନିଶମ ବାହିନୀ l ସୁଚନା ନିଶାରେ ବଳଦଟି ଚରଣ କରୁଥିବା ସମୟରେ ବାଳଦଟି ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲା l ସ୍ଥାନୀୟ ଲୋକେ ବଳଦ କୂଅରେ ପଡ଼ିଥିବା ଦେଖି ଉଲୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଘଟଣା ଉଲୁଣ୍ଡା ଅଗ୍ନିଶମ ଵଃ 8ନି ପହଞ୍ଚି ପରିତ୍ୟକ୍ତ କୂଅରେ ପଡ଼ିଥିବା ବାଳଦକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ l