ଜୁଜୁମୁରା ଛକ ନିକଟରେ ଟ୍ରକ ଦୁର୍ଘଟଣା ।ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଜୁଜୁମୁରା ଛକ ନିକଟରେ ଶନିବାର ଅପରାହ୍ନରେ ଟ୍ରକ ଦୁର୍ଘଟଣା ହୋଇଛି। କଟକରୁ ସମ୍ବଲପୁର ଯାଉଥିବା ଏକ ଟ୍ରକ ରାସ୍ତାକଡ଼ରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକ୍ ର ସମ୍ମୁଖ ଭାଗରୁ ଭାଙ୍ଗି ଚୁରମାର ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଜୁଜୁମୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।