ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଚିତ୍କୋଟ ଠାରେ ଫୁଟବଲ ଟୁର୍ନାମେଣ୍ଟ ର ଅନୁଷ୍ଠିତ ହୋଇ ଯାଇଥିଲା l କିଛି ଦିନ ହେଲା ଏହି ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଆସୁଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଢ଼ମ୍ବରରେ ଅନୁଷ୍ଠିତ ହୋଇଥିଲା l ଆଖ ପାଖ ଅଂଞ୍ଚଳର ବହୁ ଟିମ ଏଠାରେ ସାମିଲ ହୋଇଥିଲେ l ସମସ୍ତଙ୍କ ମଧ୍ୟରେ ଭାଇ ଚାରା ସୃଷ୍ଟି କରିବା ସହ ଉତ୍ତମ ସମ୍ପର୍କ ବଜାଇ ରଖିବା ଉଦେଶ୍ୟ ନେଇ ଏହି ଖେଳ ଅନୁଷ୍ଠିତ ହୋଇଥାଏ l ଏଠାରେ ଆଜି ମୁଖ୍ୟ ଅଥିତିଭାବେ ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉପସ୍ଥିତ ଥିଲେ l