ଗୋବିନ୍ଦପୁର: ଘୁମୁଣ୍ଡୁମାଲ ଠାରେ ନୂତନ ଭାବେ ଧାନ ମଣ୍ଡି ଉଦଘାଟିତ
ବାମରା ବ୍ଲକ କୁଟାରିମାଲ ପଞ୍ଚାୟତ ଅନ୍ତର୍ଗତ ଘୁମୁଣ୍ଡୁମାଲ ଠାରେ ଶନିବାର ଦିନ ନୂତନ ଭାବେ ଧାନ ମଣ୍ଡି ଆରମ୍ଭ ହୋଇ ଥିବା ବେଳେ ସ୍ଥାନୀୟ ସରପଞ୍ଚ ତ୍ରିଲିଙ୍ଗ ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମବାୟ ସମିତି ସଭାପତି ଲଷ୍ମୀନାରାୟଣ ଛତ୍ରିଆ, ଚାଷୀ ସୁମିତ ପଟେଲ, ପ୍ରଦୀପ ପଟେଲ, ସୁନ୍ଦରମଣି ଲୁହା, ଲମ୍ବୋଦର ପଟେଲ, ନବୀନ ନାଏକ, ଯୋଗ ବିହାରୀ ପରିଡା ଓ ଚୈତନ୍ୟ ପଟେଲଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିବା ବେଳେ ଘୁମୁଣ୍ଡୁମାଲ ଠାରେ ମଣ୍ଡି ଆରମ୍ଭ ହେବା ଦ୍ବାରା ଅଞ୍ଚଳର ଚାଷୀ ମାନେ ଲାଭାନ୍ଵିତ ହେବେ ବୋଲି ମତ ପ୍ରକାଶ ପାଇଥିଲା।