ବଲାଙ୍ଗୀର ୱାର୍ଡ ନଂ ୦୯ ସତ୍ୟନାରାୟଣ ପଡ଼ା ଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ନାମଯଜ୍ଞ ଉତ୍ସବ ଆଜି ଧାମିକ ଉତ୍ସାହ ମଧ୍ୟରେ ଉଦଯାପିତ ହେଲା। ଏହି ଅବସରରେ ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ ଓ ପଡ଼ାବାସୀ ଙ୍କ ପାଇଁ ଶୁଭ ମଙ୍ଗଳ କାମନା ଜଣାଇଥିଲେ। ଉତ୍ସବ ସଫଳ କରିବା ପାଇଁ ଆୟୋଜକମଣ୍ଡଳୀ ଓ ପଡ଼ାବାସୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।