ଜୁନାଗଡ: ଜୁନାଗଡ଼ ମାରୱାଡ଼ି ପଡ଼ା ଠାରେ ଥିବା ଜଣେ ବାଣ ବ୍ୟବସାୟୀ ଙ୍କ ଗୋଦାମ ରୁ ବିପୁଳ ପରିମାଣର ର ବେଆଇନ ବାଣ ଜବତ ।
ଜୁନାଗଡ଼ ଠାରେ ଥିବା ଜଣେ ବାଣ ବ୍ୟବସାୟୀ ଆଜିତ କୁମାର ସିଙ୍ଗଲ ଙ୍କ ଘରେ ଗଛିତ ଥିବା ବେଆଇନ ବାଣ କୁ ଶୁକ୍ରବାର ସକାଳ ୧୧ ଟା ରେ ଜବତ କଲା ପୋଲିସ |ଜବତ ବାଣ ର ଆନୁମାନିକ ମୂଲ୍ୟ ସାତ ଲକ୍ଷ ରୁ ଉର୍ଦ୍ଧ୍ଵ ହେବା ସୂଚନା । ସହର ର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ଗଛିତ ଥିବା ବାଣ ଦୋକାନ ଓ ଗୋଦାମ ରେ ଚଢ଼ାଓ ଜାରି ରହିଥିବା ଧର୍ମଗଡ ଏସଡିପିଓ ଡୋଳାମଣି ଭୋଇ ସୂଚନା ଦେଇଛନ୍ତି।