ରାସ୍ତା ନିର୍ମାଣ ଦାବିରେ ତାଳେଚର କଣିହାଁ ବିକାଶ ମଞ୍ଚ ପକ୍ଷରୁ ଗଣଧାରଣା । ଆଜି ପୂର୍ବାହ୍ନ 11 ଟାରୁ ଗଣଧାରଣାରେ ସାମିଲ ହେଲେ ୮ ଟି ପଞ୍ଚାୟତର ଶତାଧିକ ଲୋକ । ଗୋଡ଼ିବନ୍ଧ ଠାରୁ କଣିହାଁ ସଦର ମହକୁମାକୁ ସଂଯୋଗ କରୁଥିବା ରାସ୍ତା ବହୁ ମାତ୍ରାରେ ଭାରୀଯାନ ଚଳାଚଳ କରୁଛି । ଏହାସହ ଏହି ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟୁଛି, କିନ୍ତୁ ରାସ୍ତାର ମରାମତି ହୋଇପାରୁ ନାହିଁ । ଯାହାକୁ ନେଇ ଆଜି ସ୍ଥାନୀୟ କମରେଇ ଛକ ନିକଟରେ ଧାରଣାରେ ବସିଥିଲେ ଶତାଧିକ ଲୋକେ । ଧାରଣ ସ୍ଥଳରେ ତହସିଲଦାର ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ଦାବିପତ୍ର ଗ୍ରହଣ କରିଥିଲେ