ବଲାଙ୍ଗିର ଦିନ କମିଟି ପକ୍ଷରୁ ସମ୍ପୂର୍ଣ୍ଣା ଫାଉଣ୍ଡେସନ ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡ ଠାରେ ବଡ଼ ଧୁମ୍ଧାମ୍ରେ ଆମର୍ ିଠା ମଡ଼ା ପ୍ରତିଯୋଗିତା ଆୟୋଜନ କରିଥିଲା । ଅନୁଷ୍ଠିତ ପ୍ରତିଯୋଗିତାରେ ମହିଳା ପ୍ରତିଯୋଗୀ ମାନେ ଯୋଗଦାନ କରିଥିଲେ । ବିଭିନ୍ନ ପ୍ରକାରର ନିଆରା ନିଆରା ପିଠା ମଡ଼ା ମହିଳା ମାନେ ତାଙ୍କ ହାତରେ ତିଆରି କରିକି ଆଣିକି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ମମତା ନାଏକ ପ୍ରଥମ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଜ୍ୟୋର୍ତିମୟୀ ପଣ୍ଡା ଓ ଅନୁପମା ସାହୁ, ତୃତୀୟ ସ୍ଥାନ ଅଧିକାର କରିଥିଲେ ସଂଜୁକ୍ତା ପଣ୍ଡା ।