ବଲାଙ୍ଗୀର: ଲର୍କି ଗ୍ରାମରେ ବୋରୱେଲ କ୍ଲଷ୍ଟର ଯୋଜନାରେ ପନିପରିବା, ଆମ୍ବ ଓ କପା ଚାଷ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଆଜି ଅପରାହ୍ନ ୧୨ଟା ୩୦ମିନିଟ ବଲାଙ୍ଗିର ଜିଲ୍ଲାପାଳ ତୁରେକେଲା ବ୍ଲକ ଅନ୍ତର୍ଗତ ଲାର୍କି ଗ୍ରାମପଞ୍ଚାୟତରେ ରାଧାନାଥ ମେହେରଙ୍କ କୃଷିକ୍ଷେତ୍ର ପରିଦର୍ଶନ କରିଥିଲେ । ଓଡ଼ିଶା ଉଠା ଜଳସେଚନ ନିଗମ (OLIC) ଅଧୀନରେ ଗଭୀର ବୋରୱେଲ କ୍ଲଷ୍ଟର ଯୋଜନାରେ ସେ ୬ ଏକର ଜମିରେ ପନିପରିବା ଓ ଆମ୍ବ ଚାଷ ସହିତ ୨ ଏକର ଜମିରେ କପା ଚାଷ କରିଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲାପାଳ କୃଷକଙ୍କୁ ପ୍ରଶଂସା କରି, ସେହିପରି ଅନ୍ୟ କୃଷକମାନେ ମଧ୍ୟ ଆଧୁନିକ ସିଚାଇ ସୁବିଧାରୁ ଲାଭାନ୍ୱିତ ହେବାକୁ ପରାମର୍ଶ ଦେଇଥିଲେ ।