ଆଜି ପୁଇଁତଳା ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ ବଲାଙ୍ଗିରଙ୍କ ଯୁଗ୍ମ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ପୁଇଁତଳା ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ନିଜ ନିଜ ସମସ୍ୟା ଓ ଅଭିଯୋଗ ରଖିଥିଲେ। ଜିଲ୍ଲାପାଳ ଓ ଏସପି ମହୋଦୟ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଗୁଡ଼ିକୁ ଶୁଣି ସମ୍ବନ୍ଧିତ ଅଧିକାରୀମାନଙ୍କୁ ତତ୍କାଳ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିର ଦ୍ୱାରା ସାଧାରଣ ଲୋକଙ୍କୁ ସହଜ ଓ ସରଳ ଭାବରେ ନ୍ୟାୟ ପ୍ରାପ୍ତିର ସୁଯୋଗ ମିଳିଛି।