ଝାରସୁଗୁଡା ଜିଲ୍ଲା ବିଟିଏମ୍ ପଡ଼ିଆରେ ଚାଲିଛି ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ୨୦୨୬ ଏବଂ ଏଥିରେ ଆଜି ସନ୍ଧ୍ୟା ସାତଟା ସମୟରେ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ପଦ୍ମଶ୍ରୀ ଗୁରୁ ଭାଗବତ ପ୍ରଧାନ ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲିରେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ତାଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହା ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତେବେ ପଦ୍ମଶ୍ରୀ ଗୁରୁ ଭାଗବତ ପ୍ରଧାନ ଙ୍କ ସମାଜର ବିକାଶ ରେ ଏକ ବଡ଼ ଭୂମିକା ରହିଛି, ତେଣୁ ଗୁରୁଶ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା।