ଢେଙ୍କାନାଳ ସଦର: ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉଦ୍ଜାପିତ
ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା । ଦିନ ତମାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମମାନେ ଯୋଗ ଦେଇ ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ହୋଇଥିଲା l ଅପରାହ୍ନ ୩ଟାରେ ଏହାର ଉଦ୍ଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପୌରାଧକ୍ଷା ଜୟନ୍ତୀ ପାତ୍ର , ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ,SDPO ପ୍ରମୁଖ ମଞ୍ଚାସିନ ହୋଇଥିଲେ ।