ସିମୁଳିଆ: ଗୋଆପାଳ ଗ୍ରାମ ରୁ 4ଜଣ ପିଲା ଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ ଟିମ
ସ୍ତ୍ରୀ କୁ ହତ୍ୟା ପରେ ସ୍ୱାମୀ ଫେରାର ହୋଇଯାଇ ଥିବା ବେଳେ 4 ଜଣ ନବାଳକ ନାବାଲିକା କୁ ଉଦ୍ଧାର କଲା ଚାଇଲଡ ଲାଇନ ଟିମ, ଖଇରା ବ୍ଲକ ଗୋଆପାଳ ଗ୍ରାମ ରେ ମଗତ ସୋରେନ ତାଙ୍କ ସ୍ତ୍ରୀ ମାଣିକ ମାଝୀ ଙ୍କୁ ବାଡ଼ି ରେ ପିଟି ପିଟି ହତ୍ୟା କରିବା ପରେ ସ୍ୱାମୀ ଫେରାର ହୋଇଯାଇଛି l ଘରେ 4 ଜଣ ଛୋଟ ଛୋଟ ପିଲା ଥିବା ବେଳେ ତାଙ୍କ ପାଖରେ କେହି ନଥିଲେ ଖବର ପାଇ ବାଲେଶ୍ୱର ଚାଇଲଡ ଲାଇନ ଟିମ ର ସଦସ୍ୟ ଆଜି ବୁଧବାର ଅପରାହ୍ନ 5 ଘଟିକା ସମୟରେ ପହଁଚି 4 ଜଣ ପିଲା ଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମଙ୍ଗଳ କମିଟି କୁ ହସ୍ତାନ୍ତର କରିଛନ୍ତି l