ଝାରସୁଗୁଡା: ବ୍ରଜରାଜନଗର ୨ ନମ୍ବର ଠାକୁରପଡାରେ ପୂଜା କମିଟି ପକ୍ଷରୁ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜା ପାଇଁ ବେଲବରଣୀ ଏବଂ କଳସ ଶୋଭାଯାତ୍ରା ଅନୁଷ୍ଠିତ
ଆସିଛି ପାର୍ବଣ ଏବଂ ମାଁ ଙ୍କ ଆଗମନରେ ସଭିଙ୍କ ମନ ଉଲ୍ଲସିତ ଓ ମାଁ ଙ୍କ ପୂଜା ପାଇ ଚଳଚଞ୍ଚଳ ପୁରପଲ୍ଲୀ। ତେବେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର 2 ନମ୍ବର ଠାକୁରପଡାରେ ପୂଜା କମିଟି ପକ୍ଷରୁ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜା ପାଇଁ ବେଲବରଣୀ ଏବଂ କଳସ ଶୋଭାଯାତ୍ରା ଆଜି ସନ୍ଧ୍ୟା ସାଢ଼େ ଛଅଟା ସମୟରେ ଧୁମାଧମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ 2 ନମ୍ବର ଠାରୁ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ପାରମ୍ପରିକ ବାଜା ସହିତ ବାହାରିଥିଲା। ଆୟୋଜିତ ଏହି ବେଳବରଣୀ ଓ କଳସ ଶୋଭାଯାତ୍ରାରେ ପୂଜାର କର୍ତା, ସହଯୋଗୀ ଏବଂ ପୂଜା କମିଟିର ଅନେକ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ବାହାରିଥିଲେ।