ଛତ୍ରପୁର: ଅଲିଭ ରିଡଲେଙ୍କ ପାଇଁ ତତ୍ପର ପ୍ରଶାସନ: ଛତ୍ରପୁର ନିକଟସ୍ଥ ରୁଷିକୂଲ୍ଯା ପୁରୁଣା ବନ୍ଧ ଜେଟିରେ ଆରମ୍ଭ ହେଲାସମୁଦ୍ର ମଧ୍ୟରେ ପାଟ୍ରୋଲିଂ
ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ନିମନ୍ତେ ଶନିବାର ପୂର୍ବାହ୍ନରେ ସମୁଦ୍ର ମଧ୍ୟରେ ପାଟ୍ରୋଲିଂର ଶୁଭାରମ୍ଭ ହୋଇଛି। ଶୁଭାରମ୍ଭ ବେଳେ ଏସିଏଫ ଦିବ୍ୟ ଶଙ୍କର ବେହେରା, ରମ୍ଭା ଫରେଷ୍ଟର ଡି ପ୍ରଶାନ୍ତ ରାଓ ପ୍ରମୁଖ ଉପସ୍ଥିତ ଥିଲେ।