ବେଗୁନିଆ: ବିଦ୍ୟୁତ୍ ଆଘାତରେ ଯୁବକ ମୃତ୍ୟୁ ଘଟଣା। ତହସିଲ ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା
ବୋଲଗଡ଼ ଅଞ୍ଚଳରେ ନଡ଼ିଆ ଗଛରେ ଚଢିଥିବା ବେଳେ ବିଦ୍ୟୁତ୍ ତାର ଲାଗି ଜଣେ ଯୁବକ ମୃତ ହୋଇଛି। ସୂଚନା ଅନୁସାରେ ବୋଲଗଡ଼ ନେଳିଆ ପୋଖରୀ ନିକଟରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବା ସମୟରେ ନିକଟରେ ଯାଇଥିବା 33କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖଙ୍ଗୁରିଆ ଗ୍ରାମର ଜଗୁ ପରିଡାଙ୍କ ମୃତ୍ୟୁ ହୋଇଛି। ଖବର ପାଇବା ପରେ ଖଙ୍ଗୁରିଆ ଗ୍ରାମବାସୀ ବୋଲଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ନଡ଼ିଆ ଗଛରେ ଲଟକି ରହିଥିବା ମୃତ ଶରୀରକୁ ଉଦ୍ଧାର କରୁଥିବା ସମୟରେ ଅସାବଧାନତା ହେତୁ ଶବଟି ତଳକୁ ଖସି ପଡିଥିଲା। ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା