ଝାରସୁଗୁଡା ଡିଏଭି ପରିସରରେ ଆଜି ସକାଳ ସାଢେ ଦଶଟା ସମୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ତରଫରୁ ରବୀନ୍ଦ୍ର କେଲକାର, ହିମାଦ୍ରୀ ପ୍ରଧାନ, କୈଳାସ ରାଜ ପ୍ରମୁଖ ସଡ଼କ ସୁରକ୍ଷା ସଚେତକ ଗୋଷ୍ଠୀ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ସହିତ ଗାଡ଼ି ଚାଳନା ସମୟରେ ହେଲମେଟ ପିନ୍ଧିବା, ସିଟ ବେଲଟ ଲଗାଇବା ପରି ଟ୍ରାଫିକ ନିୟମକୁ ମାନିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଚେତକ ଟିମ୍ ଆସି ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଅତ୍ୟାବଶ୍ୟକ ଦିଗ ପ୍ରତି ନିଜେ ସଚେତନ ରହିବା ସହିତ ସମସ୍ତଙ୍କୁ ସଚେତନ