ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ନୀତି ଓ ସୁଶାସନରେ ଅନୁପ୍ରାଣିତ ହୋଇ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗୀ ପଞ୍ଚାୟତର ମୋଟ ୮୦ ଗୋଟି ପରିବାରର ସଦସ୍ୟ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।ପଦାଦିଗୀ ଠାରେ ବୁଧବାର ସଂଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉପସ୍ଥିତ ରହି ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।