ସୁକିନ୍ଦା: କୁହିକା ବାସିନ୍ଦା ନରେନ୍ଦ୍ର ମହାନ୍ତଙ୍କ ଘର ମଧ୍ୟରୁ ବିଷଧର ନାଗସାପ ଉଦ୍ଧାର
Sukinda, Jajpur | Sep 15, 2025 ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ କୁହିକା ବାସିନ୍ଦା ନରେନ୍ଦ୍ର ମହାନ୍ତଙ୍କ ଘର ମଧ୍ୟରେ ରବିବାର ରାତିରେ ଏକ ବିଷଧର ସାପ ଦେଖି ପରିବାର ବର୍ଗ ଭୟବିତ୍ ହୋଇଯାଇଥିଲେ । ପରିବାର ବର୍ଗ ବିଷଧର ନାଗସାପକୁ ଦେଖି ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।