ଦେବଗଡ: ପୁରୁଣାଗଡ ଚଷାସାହିରେ ମା’ ଧନଲକ୍ଷ୍ମୀଙ୍କ ଭଷାଣୀକୁ କେନ୍ଦ୍ର କରି ଗୋଷ୍ଠି ସଙ୍ଘର୍ଷ, ଉଭୟ ପକ୍ଷରୁ ମାମଲା ରୁଜୁ
ଦେବଗଡ ସହର ପୁରୁଣାଗଡ ଚଷାସାହିରେ ଶୁକ୍ରବାର ରାତି ମା’ ଧନଲକ୍ଷ୍ମୀଙ୍କ ଭଷାଣୀକୁ କେନ୍ଦ୍ର କରି ଗୋଷ୍ଠି ସଙ୍ଘର୍ଷ ଦେଖାଦେଇଛି । ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ଉଭୟ ପକ୍ଷରୁ ଆଜି ଦେବଗଡ ଥାନାରେ ଅଭିଯୋଗ ହୋଇଥିବା ବେଳେ ୨ ଟି ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ପ୍ରତିପକ୍ଷର ଭୁଜାଲି ଆକ୍ରମଣରେ ଦୈତାରୀ ବେହେରାଙ୍କ ପେଟରେ ଗୁରୁତର ଆଘାତ ଲାଗିଛି । ଦୈତାରୀଙ୍କୁ ପ୍ରଥମେ ଦେବଗଡ ଜିଲ୍ଲା ମୁଖ୍ୟ ଚିିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଛି ।