ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ ରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂତନ ଚିକିତ୍ସା ବ୍ୟବସ୍ଥା, ମା ଆଉ ନବଜାତ ଶିଶୁ କୁ ଏବେ ଅଲଗା ଅଲଗା ରେ ଚିକିତ୍ସା ହେବାକୁ ପଡିବନି। ଅତି ଶୀଘ୍ର MNCU ଏମିଏସିଜିରେ ହେବାକୁ ଯାଉଛି ।ପୂର୍ବରୁ ନବଜାତ ଶିଶୁ ର ସ୍ୱାସ୍ଥ୍ୟ ଖରାପ ରହିଲେ ଶିଶୁକୁ ନିୟୁ ବର୍ଣ୍ଣ କେୟାର ୟୁନିଟ ରେ ଶିଶୁ ର ଚିକିତ୍ସା କରାଯାଉଥିଲା।ଆଉ ପ୍ରସୂତି ମାଁ ବାହାରେ ଅପେକ୍ଷା କରିବାକୁ ପଡୁଥିଲା। ମାଁ ଆଉ ଶିଶୁ ଆଲଗା ହୋଇ ରହୁଥିଲେ। କିନ୍ତୁ ବର୍ତ୍ତମାନ କିଛି ନୂଆଁ ବ୍ୟବସ୍ଥା ହେବ ଏମକେସିଜି ରେ। ଗୁରୁବାର ସଂଧ୍ୟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ ଅଧ୍ଯକ୍ଷ।