ବଲାଙ୍ଗିର କୋଶଳ କଳାମଣ୍ଡପ ପଡିଆ ଆଜି ରାତି ୭ଟା ୩୦ ମିନିଟ୍ ସାମୟରେ ସାକ୍ଷୀ ହେଲା ନଟରାଜ କଳାପରିଷଦ ଆନୁକୂଳ୍ୟରେ ଆୟୋଜିତ ତିନିଦିନିଆ ନାଟକ ମହୋତ୍ସବ ଏହି ଅବସର ରେ ଦୀପ ପ୍ରଜ୍ଵଳନ କରି ବଲାଙ୍ଗିର ଜିଲ୍ଲାପାଳ ଙ୍କ ସହ ପୌରାଧକ୍ଷା ଲିକା ସାହୁ ମହୋତ୍ସବର ଶୁଭାରମ୍ଭ କରି ଥିଲେ । ଶୀତ ରାତ୍ରୀର ମଧ୍ୟରେ ମଞ୍ଚ ରେ ବା ନାଟକ ପରିବେଷଣ ହଉ ଥିବା ବେଳ ଦର୍ଶକମାନଙ୍କ ଭିଡ଼ ଉତ୍ସାହରେ ଭରିଯାଇଥିଲା। ସ୍ଥାନୀୟ କଳାକାର, ସଂସ୍କୃତିପ୍ରେମୀମାନେ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ମଧ୍ୟରେ ହୋଇଥିବା ଏହି ଉଦ୍ଘାଟନ ଉତ୍ସବରେ, କୋଶଳ ସଂସ୍କୃତିର ଝଲକ ଏବଂ ନାଟ୍ୟକଳାର ଗଭୀରତାର ଅଭିଭାବ