ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକର କଇଁଫୁଲିଆ ଠାରେ ନବ ଯୁବକ ସଂଘ ଆନୁକୁଲ୍ୟରେ ୩ ଦିନିଆ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜି ଦ୍ୱିତୀୟ ଦିନ ଶନିବାର ଦିନ ସକାଳୁ ପ୍ରଥମେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିଲେ। ସେହିପରି ଅପରାହ୍ନ ପ୍ରାୟ ୨ ଟାରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଅତିଥି ଭାବେ ଯୋଗଦାନ କରିଥିଲେ।