ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଡିଟରିୟମ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭାରେ ଯୋଗଦେଲେ ଡିଆଇଜି
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟରିୟମ ହଲ ଠାରେ ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ।ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ର,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ରାଉତ,ଉପଜିଲ୍ଲାପାଳ ଶିବ ମାଲବ୍ୟ,ଜିଲ୍ଲାପରିଷଦ ACDEO ଡକ୍ଟର ମଧୁସ୍ମିତା ସାମନ୍ତରାୟ ଯୋଗଦେଇ ଥିଲେ।