ସମ୍ବଲପୁର ଜିଲ୍ଲା ବାମରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ଓ କବାଡି ପ୍ରତିଯୋଗିତା ଶୁକ୍ରବାର ଦିନ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଉକ୍ତ ଉତ୍ସବକୁ ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ୯ ଗୋଟି ବ୍ଲକରୁ ପ୍ରାୟ ୫ଶହ ଜଣ ପ୍ରତିଯୋଗୀ ଏଥିରେ ଅନ୍ଶ ଗ୍ରହଣ କରୁଛନ୍ତି।