ପୋଡିଆ: ସୀମାବର୍ତ୍ତୀ ସୁକମାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀ ମାନେ ଜିଲ୍ଲାପାଳଙ୍କ ଜରିଆରେ ଇଚ୍ଛାମୃତ୍ୟୁ ଆବେଦନ କରି ସ୍ରୁଷ୍ଟି ହେଲା ହଇଚଇ
ଛତିଶଗଡ଼ NHM ସ୍ୱାସ୍ଥ୍ୟ କର୍ମୀମାନେ ନିୟମିତକରଣ ଏବଂ ୧୦ ଦଫା ଦାବି ନେଇ ୧୮ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛନ୍ତି। ଧର୍ମଘଟର ୧ ମାସ ପୂରଣ ହେବା ପରେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି, ଅନ୍ୟପକ୍ଷରେ ରାଜ୍ୟର ୧୬୦୦୦ କର୍ମଚାରୀଙ୍କୁ ବହିଷ୍କାର କରି ନୂତନ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଜାରି କରି ଦମନମୂଳକ ନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦ ଏବଂ ବାଧ୍ୟବାଧକତାରେ, NHM କର୍ମଚାରୀମାନେ ଆଜି ଇଚ୍ଛା ମୃତ୍ୟୁ ପାଇଁ କଲେକ୍ଟରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛନ୍ତି।