ଖଲ୍ଲିକୋଟ୍: ବଳିଆରସିଂ ବନ୍ଧ ନିକଟ ରାସ୍ତାରେ ଯାତ୍ରୀବାହୀ ଅଟୋ ସହ ଡାଲା ଗାଡ଼ି ଧକ୍କା, ଜଣେ ମହିଳା ଯାତ୍ରୀ ଗୁରୁତର ଆହତ, ମେଡ଼ିକାଲରେ ଭର୍ତ୍ତି
ଖଲ୍ଲିକୋଟ ସ୍ଥିତ ବଳିଆରସିଂ ବନ୍ଧ ନିକଟ ରାସ୍ତାରେ ଆଜି ଯାତ୍ରୀବାହୀ ଅଟୋ ସହ ଏକ ଡାଲା ଗାଡ଼ି ଧକ୍କା ହୋଇଥିବା ବେଳେ ଜଣେ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢ଼େ ୧୦ ଟା ସମୟରେ ଖଲ୍ଲିକୋଟ ପଟୁ ତୋଟା ଗାଁ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ହଠାତ୍ ବଳିଆରସିଂ ବନ୍ଧ ନିକଟ ରାସ୍ତାରେ ଏକ ଡାଲା ଗାଡ଼ି ସହ ଧକ୍କା ହୋଇଥିଲା । ଯାହା ଫଳରେ ଅଟୋ ରେ ଥିବା ଜଣେ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଖଲ୍ଲିକୋଟ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।