କଣ୍ଟାମାଳ: ଗୁନ୍ଦୁଳିଆ ପାକ୍ସ ପକ୍ଷରୁ ସରକାରୀ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ
ବୁଧବାର ଦିନ ବୌଦ୍ଧ ବ୍ଲକ ଗୁନ୍ଦୁଳିଆ ପ୍ରାଥମିକ କୃଷି ସମବାୟ ସମିତି ପାକ୍ସ ପକ୍ଷରୁ ସରକାରୀ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇ ଯାଇଛି | ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଧବଳେଶ୍ୱର ସିଂ ଯୋଗ ଦେଇ ପାରମ୍ପରିକ ପୂଜାର୍ଚ୍ଚନା କରି ଧାନ କ୍ରୟ କେନ୍ଦ୍ରର ଶୁଭାରମ୍ଭ କରିଥିଲେ | ସମିତିର ସଭାପତି ପୁର୍ଣ୍ଣ ଚନ୍ଦ୍ର ପୋଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ସଭ୍ୟ ବଳଦେବ କର୍ମୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ |