ଜୟପୁର: ଗୋ ମା˚ସ ବିକ୍ରୀ କରିବା ପାଇଁ କାଟିବାକୁ ବାରିଣୀପୁଟ କ˚ସେଇ ଖାନାରେ ରଖିଥିବା ୫ଟି ଗାଇକୁ ଉଦ୍ଧାର କଲା ଜୟପୁର ସଦର ପୋଲିସ
ଗୋ ମା˚ସ ବିକ୍ରୀ କରିବା ପାଇଁ କାଟିବାକୁ କ˚ସେଇ ଖାନାରେ ରଖିଥିବା ୫ଟି ଗାଇକୁ ଆଜି ସଦରପୁଲିସ ଉଦ୍ଧାର କରିଛି। ଏନେଇ ଆଜି ରାତ୍ର 8 ଟାରେ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି l ଏକ ବିଶେଷ ସୁତ୍ରରୁ ଖବର ପାଇ ଜୟପୁର ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର କୁମାରଙ୍କ ନିର୍ଦ୍ଧେଶ କ୍ରମେ ପୁଲିସ କର୍ମଚାରୀ ମାନେ ବାରିଣୀପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଡୁଗୁଡା ପାଖ ଦେଇ ଯାଇଥିବା ପଟ୍ରା ନାଳ କଡରେ ଥିବା ଏକ ବୁଦାରୁ ୫ଟି ଗାଇକୁ ଉଦ୍ଧାର କରାଯାଇଥିଲା। ପୁଲିସ ଗାଡି ଓ ପୁଲିସ କର୍ମଚାରୀ ମାନଙ୍କୁ ଦେଖିବା ପରେ ଗାଇ କଟାଳି ମାନେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ।