ବଲାଙ୍ଗୀର: ରିକ ଢୋଲ ଗ୍ରାମରେ ଅସୁସ୍ଥ ହୋଇ ମହିଳାଙ୍କ ମୃତ୍ୟୁ, ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର
ରିକ ଢୋଲ ଗ୍ରାମରେ ଅସୁସ୍ଥ ହୋଇ ମହିଳାଙ୍କ ମୃତ୍ୟୁ, ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର ଟିଟିଲାଗଡ଼ ଅଞ୍ଚଳର ରିକ ଢୋଲ ଗ୍ରାମର ଉତ୍ତମା ଯାନୀ ନାମକ ଜଣେ ମହିଳା ହଟାତ୍ ଅସୁସ୍ଥ ହୋଇ ଘରେ ଲୁହୁହୋଇ ପଡ଼ିଥିଲେ। ପରିବାରଲୋକ ତାଙ୍କୁ ତତ୍କ୍ଷଣାତ୍ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଦେଇଥିଲା। ଆଜି ଅପରାହ୍ନ ୨ଟା ସମୟରେ ବ୍ୟବଛେଦ ପରେ ମୃତକଙ୍କ ଶବ ପରିବାରଲୋକଙ୍କ ହସ୍ତାନ୍ତର କରାଯାଇଛି।