ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ପୋଲିସ ।ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଏମାନଙ୍କୁ ପଠାଇ ଦେଇଛି ପୋଲିସ। କୁରୁପତି ଭୂୟାଁ, ଉମା ବିଷୋୟୀ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ପୁଲିସ ରିମାଣ୍ଡରେ ନେଇଥିଲା।