କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନ ଚାରିଟା ସମୟରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଡ଼ିଓ ସୁଚରିତା ମୁଗ୍ରୀ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ତହସିଲଦାର ଅରୁଣ ବର୍ଗେ,କର୍ଲାମୁଣ୍ଡା ୨ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ।