ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଠାରେ କଂଗ୍ରେସ ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଭୋଟ ଚୋରି ଗାଦି ଛାଡ଼ ଦସ୍ତଖତ ଅଭିଯାନ ନେଇ ଆଲୋଚନା
ଲଷ୍ମୀପୂର ବିଧାୟକ ବାସଭବନରେ ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଭୋଟ ଚୋରି ଗାଦି ଛାଡ଼ ଦସ୍ତଖତ ଅଭିଯାନ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆୟୋଜିତ ବୈଠକରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ସଂଗ୍ରହ ହୋଇଥିବା ଦସ୍ତଖତ ନଥିପତ୍ର ଯାଞ୍ଚ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର କଂଗ୍ରେସ ବ୍ଳକ ସଭାପତି କୈଳାଶ ଖସଲା, ବନ୍ଧୁଗାଁ ବ୍ଳକ୍ ସଭାପତି ଆଙ୍କେଟି ବାବୁ ଏବଂ ଯୁବ କଂଗ୍ରେସ ବିଧାନସଭା ସଭାପତି ମଣ୍ଟି ଖରା ,ରମେଶ ଖରା ସହ ପଞ୍ଚାୟତ ସଭାପତି ମାନେ ଉପସ୍ଥିତ ରହିଥିଲେ।