ଛତ୍ରପୁର: ଅମୁଣ୍ଡି ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଚାରି ଗୁରୁତରକୁ ବ୍ରହ୍ମପୁର mkcg ମେଡିକାଲ ସ୍ଥାନାନ୍ତର
ଆଜିସୋମବାରସନ୍ଧ୍ୟା5ଘଣ୍ଟା ସମୟରେ କେ ନୂଆଗାଁ ଥାନା ପାତ୍ରପୁର ବ୍ଲକ ଆମୁଣ୍ଡି ଗ୍ରାମରେ ଗ୍ୟାସ ଟ୍ୟାଙ୍କି ଫାଟି ଚାରି ଜଣ ଗୁରୁତର ହୋଇଥିବା ବେଳେ ସାତ ଜଣ ଆହତ ହୋଇଥିବା ଜଣା ପଡିଛି। ସମସ୍ତ ଆହାତ ଙ୍କୁ ଚିକିଟୀ ମେଡିକାଲ ରେ ଭର୍ତି କରାଯାଇ ଥିବା ବେଳେ ଚାରି ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗ୍ରାମ ର ପ୍ରଶାନ୍ତ ବେହେରା ଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କି ରେ ନିଆ ଲାଗି ଯିବା ସହିତ ଘର ର ଛାତ ଉଡିଯାଇଥିଲା। ଯାହାରୀ ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା ।ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆ କୁ ଆୟତ କରିଥିବା ଜଣାପଡିଛି।