ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଆଗାମୀ ଜନ୍ମ ଶତବାର୍ଷିକ ଉତ୍ସବକୁ ନେଇ ଆଜି ବଲାଙ୍ଗିର କୌଶଳ କଲା ମଣ୍ଡପ ଠାରେ ପ୍ରତିକ୍ରିୟା ରଖି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଜାନକୀ ପଟ୍ଟନାୟକ ଓଡ଼ିଶାର ରାଜନୀତି ଓ ସାମାଜିକ ଜୀବନରେ ଏକ ଅମର ପରିଚୟ। ତାଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ଯୁବପିଢ଼ୀ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।